ଘସିପୁରା କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ

ଘଷିପୁରା : କେନ୍ଦ୍ର ସରକାରଙ୍କ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ମିଥ୍ୟା ପ୍ରତାରଣା। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ପ୍ରତିବାଦରେ ଘସିପୁରା କଂଗ୍ରେସ ବ୍ଲକ ଘେରାଉ କରିଥିଲା।

ଖବର ଅନୁଯାୟୀ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନେତୃତ୍ଵରେ ଦୁଇ ହଜାରରୁ ଉର୍ଦ୍ଧ୍ଵ କଂଗେସ କର୍ମୀ ଘସିପୁରା କଂଗ୍ରେସ କାର୍ଯ୍ୟଳୟଠାରୁ ବାହାରି ବିଭିନ୍ନ ନରାଦେଇ ଘସିପୁରା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ମୁଖପାତ୍ର ପଦ୍ମାକର ଗୁରୁ। କଂଗ୍ରେସ ଜିଲ୍ଲା ସଭାପତି ମୋହନ ପରିଡା, ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ଘଟଗାଁ ସଭାପତି ପ୍ରଭାକର ନାୟକ, ଘଟଗାଁ ପୂର୍ବତନ ବ୍ଳକ ଅଧକ୍ଷ ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ
ଉପରେ ବର୍ଷିଥିଲେ।

ଘସିପୁରା କଂଗ୍ରେସ ପକ୍ଷରୁ ସୁବ୍ରତ କୁମାର ଚକ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କମୀ ଦୀଲିପ ଜେନା, ତାରିଣୀ ପ୍ରସାଦ ପଟନାୟକ, ଗୋବିନ୍ଦ ମଲିକ, ମନ ରଂଜନ ବିଶୋଇ, ପ୍ରଶାନ୍ତ ଜେନା, ସହଦେବ ବୋଇତେଇ, ବିପିନ ବିହାରୀ ମାଝୀ , ତ୍ରୀଲୋଚନ ପରିଡ଼ା , ନବ ଘନ ସାହୁ. ପ୍ରଶାନ୍ତ କୁମାର ବିଶ୍ଵାଳ .ନନ୍ଦ କିଶୋର ଜେନା, ନାରାଯଣ ପରିଡ଼ା ନିରାକାର ସାହୁ ,ମନୋଜ ସ୍ଵାଇଁ, ଶଙ୍କର୍ଷଣ ସାହୁ, ଧ୍ରୁବ ଚରଣ ଚକ୍ର ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ଉପ ସଭାପତି ଦେବୀ ପ୍ରସାଦ, ବରିଷ୍ଠ କଂଗ୍ରେସ ନେତା ମନୋଜ ସ୍ୱାଇଁ, ପିଙ୍କନ ଜେନା, ଧ୍ରୁବ ଚରଣ ଚକ୍ର, ନିରଞ୍ଜନ ଜେନା, ବଳରାମ ବେହେରା, ନିରାକାର ସାହୁ, ନବଘନ ସାହୁ, ପ୍ରଫୁଲ୍ଲ ରାଉତ, ମହୀଧର ପୃଷ୍ଟି ଗଣେଶଶ୍ୱର ସୋରେନ, କୁନୁ ମୁର୍ମୁ, କମଳ ମାରାଣ୍ଡି, ପ୍ରଶାନ୍ତ କୁମାରରାଉତ, ପ୍ରଦୀପ ବଳ, ଅନାମ ଓଝା, ପପୁ ବଳ, ନାରଣ, ରାଉତ, ଅମୟ ମହାନ୍ତି, ମାନସ ପୁହାଣ, ବାବୁ ମହାନ୍ତି, ଟୁକୁ ଚକ୍ର, ଦେବେନ୍ଦ୍ର ସା, ସଂଗ୍ରାମ ବଳ,ମନୁ ନାୟକ, ଗୋପ ପଣ୍ଡା, ରାମ ସାହୁ, ସୀତାଂଶୁ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button