କଫ ସିରଫ ଜବତ : କେୟାର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୋଲିସର ଚଢ଼ଉ

ଭୁବନେଶ୍ଵର : ରାଜଧାନୀରୁ କଫ ସିରଫ ଜବତ ଘଟଣାରେ ଖୋଳତାଡ ଆରମ୍ଭ। ଏମଏସ ଫାର୍ମା କେୟାର ଇଣ୍ଡିଆକୁ ଅହମ୍ମଦାବାଦ, ହିମାଚଳପ୍ରଦେଶ ଓ କୋଲକାତାରୁ ଆସୁଥିଲା କଫ ସିରଫ। ଏହା ଜଣାପଡିବା ପରେ ସଂସ୍ଥାର ମାଲିକ ପ୍ରବୀଣ ଦାସଙ୍କୁ ଧରିବାକୁ ପୋଲିସ ଚଢ଼ଉ ଜାରି ରଖିଛି। ଏଥିସହ ଗତ ୩ ବର୍ଷରେ ପ୍ରବୀଣ ଜିଏସଟି ଫାଙ୍କିଥିବା ଅଭିଯୋଗ ମଧ୍ୟ ରହିଛି।
ଏହାବ୍ୟତୀତ ଏମଏସ ଫାର୍ମାର ଲାଇସେନ୍ସ ରଦ୍ଦ ପାଇଁ ଚାଲିଛି ପ୍ରୟାସ। ଜବତ କଫ ସରିଫର ସାମ୍ପୁଲ ବା ନମୁନା ଟେଷ୍ଟ ରିପୋର୍ଟ ଲ୍ୟାବରୁ ଆଜି ଆସିବ। ଆବଶ୍ୟକ ପଡିଲେ ତଦନ୍ତ ପାଇଁ କମିସନରେଟ ପୋଲିସ ରାଜ୍ୟ ବାହାରକୁ ଗସ୍ତ କରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ଗତ ୧ ତାରିଖ ଦିନ ଭୁବନେଶ୍ଵର ବରମୁଣ୍ଡାରୁ ରାଜ୍ୟ ବାହାରକୁ କଫ ସିରଫ ଚାଲାଣ ହେଉଥିଲା। ଏହି ସମୟରେ ଦୁଇ ଚାଲାଣକାରୀ ଦିଲ୍ଲୀପ ଦରଦା ଓ ଆଶିଷ କୁମାର ସାହୁଙ୍କୁ ପୋଲିସ ଗିରଫ କରିବା ସହିତ ପ୍ରାୟ ୨୪୦୦ କଫ ସିରଫ ବୋତଲ ଜବତ କରିଥିଲା।


























