ଜନତାଙ୍କ ପାଇଁ ବିଜେପି କାମ କରିଥିଲେ ବେରୋଜଗାର ଦିବସର ଆବଶ୍ୟକ ନଥାନ୍ତା : ରାହୁଲ

ନୂଆଦିଲ୍ଲୀ : ଯୁବ କଂଗ୍ରେସର ଜାତୀୟ ବେରୋଜଗାର ଦିବସରେ ବରିଷ୍ଠ କଂଗ୍ରେସ ନେତା ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯଦି ମୋଦି ସରକାର ଲୋକଙ୍କ ଲାଗି କାମ କରିଥାନ୍ତେ ତେବେ ଦେଶକୁ ଏହି ଦିବସର ଆବଶ୍ୟକତା ନଥାନ୍ତା। କେନ୍ଦ୍ରରେ ବିଜେପି ଦୁଇଟି ଜାକ ପାଳି ନିଜର ମିତ୍ରଙ୍କ ଲାଗି ଉତ୍ସର୍ଗ କରିଥିବାରୁ ଜନତା ଅବହେଳିତ ହୋଇପଡିଛନ୍ତି। ସରକାରଙ୍କ ଜନମାରଣ ନୀତି ଓ ଆଇନ ସେମାନଙ୍କୁ ତଳିତଳାନ୍ତ କରିଦେଇଛି ବୋଲି ରାହୁଲ କହିଛନ୍ତି।

ଆଜିର ଦିନ(ସେପ୍ଟେମ୍ବର ୧୭)କୁ ଯୁବ କଂଗ୍ରେସ ଦେଶରେ ‘ଜାତୀୟ ବେରୋଜଗାରୀ ଦିବସ’ଭାବେ ପାଳନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରରେ ସରକାର କରିବା ପୂର୍ବରୁ ବିଜେପି ବର୍ଷକୁ ୨ କୋଟି ବେକାରଙ୍କ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲା। ଯାହା ପାଳନ କରିନଥିବା ବେଳେ କରୋନା କାରଣ ପାଇଁ ଲକ୍ଷଲକ୍ଷ ଲୋକ ବେକାର ହୋଇଯାଇଛନ୍ତି। ଶୁକ୍ରବାର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୧ତମ ଜନ୍ମଦିନରେ ଶୁଭେଚ୍ଛା ଜ୍ଞାପନ କରିବା ସହିତ ବିରୋଧ ମଧ୍ୟ କରିଛି। ଏହି ଅବସରରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିଫଳତା ବଖାଣିବା ସହ ମୋଦିଙ୍କ ଜନ୍ମଦିନକୁ କେଉଁ ନାମ ଦିଆଯିବ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ସାରା ଦେଶରେ ଶିଶୁ ଦିବସ ଓ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ରାଜୀବଙ୍କ ଜୟନ୍ତୀକୁ ଦେଶ ସଦଭାବନା ଦିବସ ପାଳନ କରୁଥିବା ବେଳେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳିତ ହେଉଛି।

Leave a Reply

Your email address will not be published. Required fields are marked *

Back to top button