କୋଚିଂ ସେଣ୍ଟରରେ ସାପ କାମୁଡ଼ିବାରୁ ୩ ଛାତ୍ରଛାତ୍ରୀ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଅଘଟଣ। କୋଚିଂ ସେଣ୍ଟରରେ ସାପ କାମୁଡ଼ିବାରୁ ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ପିଲାମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସକାଳ ସାଢ଼େ ୭ଟାରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରଛାତ୍ରୀମାନେ ହେଲେ ରାଜା ନାଏକ, ସ୍ନେହାଶ୍ରୀ ନାଏକ ଓ ଏଲିନା ନାଏକ। ଗୁରୁତର ଥିବା ଛାତ୍ରଙ୍କ ନାଁ ଆକାଶ ନାଏକ।
ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀମାନେ କୋଚିଂ ସେଣ୍ଟର ଛାଡ଼ି ପଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button