ଖଲିସ୍ତାନୀ ନେତା ଅମୃତପାଲ୍ ସିଂହ ଗିରଫ

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୧୮ ତାରିଖରୁ ଖଲିସ୍ତାନୀ ନେତା ଅମ୍ରୁତପାଲ ସିଂ ଫେରାରଥିଲେ। ଆଜି ପଞ୍ଜାବର ମୋଗା ପୋଲିସ ନିକଟରେ ଆତ୍ମସପର୍ମଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ଖବର ଅନୁଯାୟୀ ରବିବାର ଅମ୍ରୁତପାଲ ମୋଗା ଜିଲ୍ଲାର ରୋଡ ଭିଲେଜ ଅଂଚଳର ଏକ ଗୁରୁଦ୍ୱାରକୁ ଯାଇଥିଲେ। ସୂଚନା ପାଇ ପୋଲିସ ସେଠାରେ ପହଂଚିବାରୁ ଅମୃତପାଲ ଆତ୍ମସମତ୍ପଣ କରିଥିଲେ। ତାଙ୍କୁ ଗିରଫ କରାଯିବ ପରେ ଆସାମର ଡିବ୍ରୁଗଡ଼କୁ ନିଆଯାଇଅଥିବା ସୂଚନା ମିଳିଛି। ପୂର୍ବରୁ ଗିରଫ ହୋଇଥିବା ତାଙ୍କ ଅନ୍ୟ ୮ଜଣ ଘନିଷ୍ଠ ସହଯୋଗୀ ସେଠାରେ ଏନଆଇଏ ହେପାଜତରେ ଅଛନ୍ତି। ଅମ୍ରୁତପାଲ ଫେରାର ହେବା ପରେ ଏହି ସହଯୋଗୀଙ୍କୁ ଜାତୀୟ ସୁରକ୍ଷା ଆଇନ ଅନୁସାରେ ଗିରଫ କରାଯାଇଥିଲା। ସେହିଠାରେ ଅମ୍ରୁତପାଲଙ୍କୁ ଏନଆଇଏ ଜେରା କରିବ ବୋଲି ଜଣାପଡିଛି।

ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ କୁହାଯାଉଥିବା ଅମ୍ରୁତପାଲ ଗତ କିଛିବର୍ଷ ହେବ ପଞ୍ଜାବର ସକ୍ରିୟ ଥିଲେ। ପଞ୍ଜାବର ଖଲିସ୍ତାନୀ ସଙ୍ଗଠନ ‘ୱାରିସ ପଞ୍ଜାବ ଦେ’ ନେତୃତ୍ୱ ନେବା ସହିତ ଚଳାଇଥିଲେ ଆତଙ୍କରାଜ। ଗତ ମାର୍ଚ୍ଚରେ ତାଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲେ। ଅମ୍ରୁତପାଲଙ୍କ ବିରୋଧରେ ରହିଥିବା ଅଭିଯୋଗ ମଧ୍ୟରେ ପାକିସ୍ତାନରୁ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଆଣିବା, ପଞ୍ଜାବକୁ ଦୁଇ ଭାଗ କରିବା ଷଡ଼ଯନ୍ତ୍ର, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକରି ଖଲିସ୍ଥାନୀ ଭାବେ ନୂଆ ଦେଶ ଗଠନ ଲକ୍ଷ୍ୟ ଓ ଯୁବପିଢିଙ୍କୁ ବନ୍ଧୁକ ଧରିବାକୁ ଅମୃତପାଲ ଉସୁକାଉଥିବା ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *

Back to top button