ଚୀନରେ ଦଣ୍ଡିତ ହୋଇଛନ୍ତି ଲକ୍ଷେରୁ ଅଧିକ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ : ଚୀନର ଦୁର୍ନୀତି-ନିରୋଧୀ ଅଭିଯାନରେ ୧ ଲକ୍ଷ ୧୦ ହଜାର ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇଛି। ପ୍ରାଦେଶିକସ୍ତରୀୟ କର୍ମଚାରୀ, ଉପ-ପ୍ରାଦେଶିକସ୍ତରୀୟ କର୍ମଚାରୀ, ସେନା କମିସନ୍ ସଦସ୍ୟ, ଅନେକ ମନ୍ତ୍ରୀସ୍ତରୀୟ ଅଧିକାରୀ ଓ ବହୁସଂଖ୍ୟକ ଉପମନ୍ତ୍ରୀସ୍ତରୀୟ ଅଧିକାରୀମାନଙ୍କର ତଦନ୍ତ ସର୍ବସାଧାରଣରେ କରାଯାଇଥିବା ଇଣ୍ଡୋ-ପେସିଫିକ୍ ସେଣ୍ଟର୍ ଫର୍ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ସ୍ (ଆଇପିସିଏସ୍ସି) ରିପୋର୍ଟରେ କୁହାଯାଇଛି। ଉଲ୍ଲେଖ କରିଛି।
କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ଖବର ଅନୁଯାୟୀ ସେଣ୍ଟ୍ରାଲ୍ କମିସନ୍ ଫର୍ ଡିସିପ୍ଲିନ୍ ଇନ୍ସ୍ପେକ୍ସନ୍ ଏବଂ କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଚାଇନାର ‘ଷ୍ଟେଟ୍ ସୁପର୍ଭାଇଜରି କମିସନ୍ ଅଫ୍ ଦି ସେଣ୍ଟ୍ରାଲ୍ କମିଟି’ ସେମାନଙ୍କ ମାସିକ ଦୁର୍ନୀତି-ନିରୋଧୀ ରିପୋର୍ଟ ‘ୱିଚାଟ୍’ ହ୍ୟାଣ୍ଡେଲ୍ରେ ତଥ୍ୟ ରିଲିଜ୍ ହୋଇଛି। ଆଇପିସିଏସ୍ସି ରିପୋର୍ଟ ଅନୁଯାୟୀ ପ୍ରାଦେଶିକ ଓ ପ୍ରାଦେଶିକସ୍ତରୀୟ ପାହ୍ୟା ସମେତ ୬୩୩ ବିଭାଗସ୍ତରୀୟ, ୬୬୯ ଜିଲ୍ଲାସ୍ତରୀୟ ଓ ୧୦୦୦ ଟାଉନ୍ସିପ୍ ଅଧିକାରୀଙ୍କୁ ମିଶାଇ ଚଳିତବର୍ଷ ପ୍ରଥମ ୩ ମାସରେ ୧୧୧,୦୦୦ ବ୍ୟକ୍ତିଙ୍କୁ ଜରିମାନା କରାଯାଇଛି। ଏହାଛଡ଼ା ୧୫,୦୦୦ ଜେନେରାଲ୍ ପାହ୍ୟା ଓ ଗ୍ରାମୀଣ ଅଞ୍ଚଳର ୭୬,୦୦୦ ଏକ୍ଜିକ୍ୟୁଟିଭ୍ଙ୍କୁ ଏହି ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।