ଚୀନ ସୀମାନ୍ତ ଗାଁ’ରେ ଉପଲବ୍ଧ ହେବ ୪ଜି ସେବା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଚୀନ ସୀମାକୁ ଲାଗିଥିବା ପ୍ରାୟ ୩୩୬ ଗାଁ’ରେ ଖୁବଶୀଘ୍ର ୪ଜି ମୋବାଇଲ ସେବା ଆରମ୍ଭ ହେବ। ଏହି ଅଞ୍ଚଳରେ ଟେଲିକମ୍ ଭିତ୍ତିଭୂମିର ବିକାଶ ହେଲେ ପଡୋଶୀ ଦେଶର ଗତିବିଧି ଉପରେ ନଜର କରାଯାଇ ପାରିବ।

ଖବର ଅନୁଯାୟୀ ଶନିବାର କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆଇନ ମନ୍ତ୍ରୀ କିରଣ ରିଜିଜୁ ଏକ କାର୍ଯ୍ୟକ୍ରମରେ ସୀମାରେ ୪ଜି ସେବା ପାଇଁ ୨୫୪ ନେଟୱାର୍କ ଟାୱାର ଲୋକାର୍ପଣ କରିଛନ୍ତି। କେନ୍ଦ୍ର ସରକାର ୨,୬୭୫ କୋଟି ଟଙ୍କା ଖର୍ଚ୍ଚରେ ଅରୁଣାଚଳ ପ୍ରଦେଶର ୩,୭୨୧ରୁ ଅଧିକ ଗାଁରେ ୨,୬୦୫ ମୋବାଇଲ ୪ଜି ଟାୱାର ସ୍ଥାପନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଖୁବଶୀଘ୍ର ଦେଶର ସମସ୍ତ ନାଗରିକଙ୍କ ନିକଟରେ ଭାରତୀୟ ସିମ୍ ଥିବା ନେଟୱାର୍କ ସଂଯୋଗ ହୋଇପାରିବ। ସେ କହିଲେ ୨୦୧୪ ମସିହାରେ ପୂର୍ବୋତ୍ତରରେ କେବଳ ୧୯,୭୨୨ ଟାୱାର ଥିଲା। ଏବେ ଏହି ସଂଖ୍ୟା ୯୪,୧୩୫କୁ ବୃଦ୍ଧି ହୋଇଛି। କେନ୍ଦ୍ର ସରକାର ଦେଶର ସବୁ ଗାଁରେ ୪ଜି ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ୨୫,୦୦୦ ନୂଆ ଟାୱାର ଲଗାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି କାମ ସଂପୂର୍ଣ୍ଣ କରିବା ପାଇଁ ୩୬,୦୦୦ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button