ପଟ୍ଟାମୁଣ୍ଡାଇରେ ଅଘଟଣ : ମା’ ଆଗରେ ପୁଅକୁ କୁମ୍ଭୀର ଝାମ୍ପିନେଲା

ପଟ୍ଟାମୁଣ୍ଡାଇ : ମାଆ ଆଗରେ କୁମ୍ଭୀର ପୁଅକୁ ଟାଣି ନେଇଗଲା। ଆଜି ପହିଲି ରଜରେ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ’ରେ ଏହି ଅଘଟଣ ଘଟିଛି।
ଖବର ଅନୁଯାୟୀ ନିମପୁର ଗାଁ’ର ୮ବର୍ଷର ନାବାଳକ ଆଶୁତୋଷ ଆଚାର୍ଯ୍ୟ ମା’ ସହିତ ବ୍ରାହ୍ମଣୀ ନଦୀ କୂଳକୁ ଶୌଚ ପାଇଁ ଯାଇଥିଲେ। କୁମ୍ଭୀର ପ୍ରଥମେ ମା’କୁ ଝାମ୍ପିଥିଲେ ହେଁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ରହିଯାଇଥିଲା ଆଶୁତୋଷ। ମା’ ଆଗରେ ପୁଅକୁ କୁମ୍ଭୀର ଟାଣିନେଇଥିବା ଜଣାପଡିଛି।



























