ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ
ଭୁବନେଶ୍ଵର : ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି ପ୍ରାର୍ଥୀ। ବିଜୁ ଜନତା ଦଳ ଆଜି ଏହି ଘୋଷଣା କରିଛି। ଆସନ୍ତାକାଲି ସେ ପ୍ରାର୍ଥିପତ୍ର ଦାଖଲ କରିବେ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ।
ଖବର ଅନୁଯାୟୀ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଜେଡି ବାଚସ୍ପତି ପ୍ରାର୍ଥୀ କରିଛି। ବିକ୍ରମ ଆରୁଖ ଅର୍ଥ ମନ୍ତ୍ରୀ ହେବା ପରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା। ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚିତ ହେବାପରେ ତାଙ୍କ ସ୍ଥାନରେ କାହାକୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇନି।