ପାକିସ୍ତାନରେ ବ୍ୟବହାର ହେଉଥିଲା ଓଡ଼ିଶା ସିମ୍ : ୩ ଗିରଫ

ଭୁବନେଶ୍ଵର : ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିବା ସିମ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟ। ଏପରି କାର୍ଯ୍ୟରେ ସମ୍ପୃକ୍ତ ତିନିଜଣଙ୍କୁ ସ୍ପେଶାଲ ଟାସ୍କଫୋର୍ସ ଗିରଫ କରି କୋର୍ଟ ଚାଲାଣ କରିଛି।
ଖବର ଅନୁଯାୟୀ ନୟାଗଡର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକ ଟଙ୍କା ବଦଳରେ କରୁଥିଲେ ଦେଶଦ୍ରୋହୀ କାର୍ଯ୍ୟ। ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ। ସେଥିରୁ ଓଟିପି ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ। ଏହି ଓଟିପି ବ୍ୟବହାର କରି ଅପରାଧିକ ସଂସ୍ଥାଗୁଡିକ ହ୍ୱାଟସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଚଲାଇ ଅନଲାଇନ୍ ସପିଂ କରୁଥିଲେ। ଏହାଛଡା ଦେଶ ବିରୋଧୀ ଷଡ଼ଯନ୍ତ୍ର ସାଙ୍ଗକୁ ହନିଟ୍ରାପ୍, ସେକ୍ସଟୋରେସନ ଭଳି କାମ ପାଇଁ ଉସକାଉଥିଲେ। ଗିରଫ ଅଭିଯୁକ୍ତଙ୍କ ଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ କାର୍ଡ, ୬୧ ଏଟିଏମ କାର୍ଡ଼, ୨୩ଟି ସିମ କଭର ଓ ଲାପଟପ ଜବତ କରାଯାଇଛି। ଏସ୍ଟିଏଫ୍ ଆଇଜି ଜୟ ନାରାୟଣ ପଙ୍କଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।