ପାକ୍ ସ୍କୁଲରେ ଆକ୍ରମଣ : ୭ଶିକ୍ଷକ ମୃତ

ଇସଲାମାବାଦ : ପାକିସ୍ତାନର ଏକ ସ୍କୁଲରେ ଗୁଳିଯୋଗୁ ୭ଜଣ ଶିକ୍ଷକଙ୍କ ଜୀବନ ଯାଇଛି। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ଖବର ଅନୁଯାୟୀ ଗୁରୁବାର ପାକିସ୍ତାନର ଖୈବୁର ପଖତୁନଖ୍ୱାସ୍ଥିିତ ଏକ ବିଦ୍ୟାଳୟକୁ କେତେଜଣ ପଶିଆସି ହଠାତ୍ ଗୁଳିବର୍ଷା କରିବାରୁ ୭ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ହେଲେ ଛାତ୍ରଛାତ୍ରୀଙ୍କ ମୃତାହତ ସମ୍ପର୍କରେ ଜଣାପଡ଼ିନାହିଁ। ଗତ କିଛିମାସ ମଧ୍ୟରେ ପାକିସ୍ତାନର ଖୈବୁର ପଖତୁନଖ୍ୱା ଓ ବାଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Back to top button