ପ୍ରକାଶ ପାଇଲା ସିବିଏସ୍ଇ ପରୀକ୍ଷା ଫଳ
ନୂଆଦିଲ୍ଲୀ : ଚଳିତ ବର୍ଷର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ। ୯୯.୯୧ ପ୍ରତିଶତ ପାସ୍ ହାରରେ ତ୍ରିବେନ୍ଦ୍ରମ୍ ରିଜିଅନ୍ ଶୀର୍ଷରେ ଥିବା ବେଳେ ଛାତ୍ରୀମାନେ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୪.୨୫ ପ୍ରତିଶତ ଓ ଛାତ୍ର ପାସ୍ ହାର ୯୨.୨୭ ପ୍ରତିଶତ ରହିଛି।
ସେହିପରି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ ଥିବା ବେଳେ ଗତବର୍ଷ ଠାରୁ ଏଥର ପାସ୍ ହାର ୫ ପ୍ରତିଶତ କମିଛି। ଛାତ୍ରୀଙ୍କ ପାସ୍ ହାର ୯୦.୬୮ ପ୍ରତିଶତ ଓ ଛାତ୍ରଙ୍କ ପାସ୍ ହାର ରହିଛି ୮୪.୬୭ ପ୍ରତିଶତ । ୯୯.୯୧ ପ୍ରତିଶତ ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ ଥିବା ବେଳେ ଭୁବନେଶ୍ୱର ରିଜିଅନ୍ରେ ପାସ୍ହାର ୮୩.୮୯ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ।