ପ୍ରଯୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ

ମୁମ୍ବାଇ : ଟିଭିର ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ରେ ରୋଶନ ସିଂ ସୋଡିଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରି ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଅସିତ କୁମାର ମୋଦୀଙ୍କ ବ୍ୟତୀତ ପ୍ରୋଜେକ୍ଟ ମୁଖ୍ୟ ସୋହେଲ ରମାନି ଓ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ୍ ବଜାଜଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି।

ଏ ସମ୍ପର୍କରେ ଏହି ଧାରାବାହିକର ଅଭିନେତା ମନ୍ଦାର ଚନ୍ଦବାଦକର କହିଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଏଭଳି ଅଭିଯୋଗ ସେ କାହିଁକି କି କରିଛନ୍ତି। ଦୁହିଁଙ୍କ ମଧ୍ୟରେ କ’ଣ ହୋଇଛି ମୋତେ ଆଦୌ ଜଣାନାହିଁ। ସେଟ ପୁରୁଷଙ୍କ ଅଧୀନ‌ରେ ଥାଏ ବୋଲି ଯେଉଁ ଅଭିଯୋଗ ହୋଇଛି ସେମିତି କିଛିନାହିଁ। ଖୁବ ସୁନ୍ଦର ବାତାବରଣ ରହିଥାଏ। ଯଦି ସେଟରେ ଭଲ ବାତାବରଣ ନଥାଆନ୍ତା ତେବେ ସୋ’ ୧୪ବର୍ଷ ଧରି ଚାଲି ନଥାଆନ୍ତା।

ସୂଚନାଯୋଗ୍ୟ ଜେନିଫର ମିସ୍ତ୍ରିଙ୍କ ଅଭିଯୋଗ ୨୦୧୯ରେ ପୂରା ଟିମ୍ ସିଙ୍ଗାପୁର ଯାଇଥିବା ବେଳେ ଅସିତ କୁମାର ମୋତେ ତାଙ୍କ ‌ହୋଟେଲ ରୁମକୁ ହ୍ଵିସ୍କି ପିଇବାକୁ ଡାକିଥିଲେ। ମୁଁ ମନା କରିବାରୁ ପରଦିନ ମୋତେ କହିଥିଲେ ଆଜି ତୁମେ ସୁନ୍ଦର ଲାଗୁଛ। ତୁମକୁ ଆଲିଙ୍ଗନ କରି ଚୁମ୍ବନ କରିବାକୁ ଇଚ୍ଛା ହେଉଛି। ତାଙ୍କର ଏଭଳି ପ୍ରସ୍ତାବକୁ ମନା କରିବାରୁ ଧାରାବାହିକରେ ମୋର ସ୍କ୍ରିନସ୍ପେସ କମ କରିଦିଆଗଲା। ଏମିତି ଅନେକ ଘଟଣା ସହିବା ପରେ ଶେଷ‌ରେ ମୁଁ ଧାରାବାହିକ ଛାଡ଼ି ଦେଇଥିଲି।

Leave a Reply

Your email address will not be published. Required fields are marked *

Back to top button