ପ୍ରାର୍ଥୀପତ୍ର ଦାଖଲକଲେ ବିଜେପିରୁ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଏହାପୂର୍ବରୁ ସେ ଦଳର ତୁଙ୍ଗନେତା ଓ ସମର୍ଥକଙ୍କ ଗହଣରେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ।
ସୋମବାର ପ୍ରାର୍ଥୀପତ୍ର ଦାଖଲ ସମୟରେ ଟଙ୍କଧର ତ୍ରିପାଠୀଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି କନକବର୍ଦ୍ଧନ ସିଂହଦେଓ, ବସନ୍ତ ପଣ୍ଡା, ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ଙ୍କ ସହ ଦଳର ଅନେକ ବିଧାୟକ ଓ ଦଳର ଛାମୁଆ ସଂଗଠନର ନେତା ସାମିଲ ହୋଇଥିଲେ। ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳୀ ଦାସ ନାମାଙ୍କନ ପତ୍ର ଦାଖଲ କରିବେ।