ଫାର୍ମରେ ଅଗ୍ନିକାଣ୍ଡ : ୧୮ ହଜାର ଗାଈ ମୃତ

ଟେକ୍ସାସ : ଆମେରିକାର ପଶ୍ଚିମ ଟେକ୍ସାସର ଏକ ଗାଈଫାର୍ମରେ ଭୟଙ୍କର ବିସ୍ଫୋରଣ ଘଟି ୧୮ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ ବିସ୍ଫୋରଣ ସୋମବାର ଟେକ୍ସାସ ସ୍ଥିତ ଡିମିଟ ଦକ୍ଷିଣ ଫୋର୍କ ଗାଈ ଫାର୍ମରେ ହୋଇଥିଲା। ଗୋଟିଏ କୋଠାରେ ନିଆଁଲାଗିବା ପରେ ଏହା ଫାର୍ମକୁ ବ୍ୟାପୀ ଯାଇଥିଲା। ଫାର୍ମଟି ଥିଲା ଜଣେ ବ୍ୟକ୍ତିଙ୍କର। ଏହା ଟେକ୍ସାସର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନକାରୀ ଫାର୍ମ। ବିସ୍ଫୋରଣ ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ୧୮ହଜାର ଗାଈଙ୍କର ମୃତ୍ୟୁ ହୋଇସାରିଥିଲା। ଏତେ ସଂଖ୍ୟକ ଗାଈଙ୍କର ମୃତ୍ୟୁ ହେବା ଆମେରିକାରେ ଏହା ପ୍ରଥମ ଘଟଣା। ହେଲେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ପଶୁ ମଙ୍ଗଳ ସଂସ୍ଥା ଏଭଳି ଘଟଣା ଉପରେ ୨୦୧୩ ମସିହାରୁ ନଜର ରଖିଛି। ଏଥିରୁ ଜଣାପଡିଛି ଗତ ୧୦ ବର୍ଷ ମଧ୍ୟରେ ନିଆଁ ଲାଗିବା କାରଣରୁ ୬୫ଲକ୍ଷ ପଶୁଙ୍କର ମୃତ୍ୟୁ ହୋଇଛି। ସର୍ବାଧିକ କୁକୁଡାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button