ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍‌

ଭବାନପାଟଣା : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୟପାଟଣା ବ୍ଳକ ଅଧୀନ ବଡ୍‌କର୍ଲାକୋଟ ଜିଆରଏସ୍‌ ଏମ୍‌. ପାଣିଗ୍ରାହୀ। ସେ ଜଣେ ଜବ୍‌ କାର୍ଡଧାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ।

ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ମନେରଗା ଯୋଜନାରେ ଚାଲିଥିବା କାର୍ଯ୍ୟର ମଷ୍ଟର ରୋଲ୍‌ ପ୍ରସ୍ତୁତି ଓ ପେମେଣ୍ଟ ସୁନିଶ୍ଚିତ କରିବାକୁ ଲାଞ୍ଚ। ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍ଗେରେଟ୍‌ ପାଣିଗ୍ରାହୀ ଏଥିପାଇଁ ଜଣେ ଜବ୍‌ କାର୍ଡଧାରୀଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଶ୍ରୀ ପାଣିଗ୍ରାହୀ ଟଙ୍କା ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ଟଙ୍କା ଜବତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button