ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରାଘବ ଗିରଫ

ଭୁବନେଶ୍ଵର : ଦୋକାନ ଭଙ୍ଗାରୁଜା ଓ ପୋଲିସକୁ ଆକ୍ରମଣ ଘଟଣାରେ ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରାଘବ ଜେନା ଜଟଣୀରୁ ଗିରଫ। ତା’ ନିକଟରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଦୀର୍ଘଦିନ ହେଲା ରାଘବକୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିଲା। ସେ ଜଟଣୀ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ଗତକାଲି ପୋଲିସ ଚଢ଼ଉ କରିଥିଲା। ଏହି ସମୟରେ ରାଘବ ପୋଲିସକୁ ବନ୍ଧୁକ ଦେଖାଇ ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୋଲିସ ତାକୁ କାବୁ କରିବା ସହିତ ବନ୍ଧୁକ ଜବତ କରିଛି।

ସୂଚନାଯୋଗ୍ୟ ମାର୍ଚ୍ଚ୨୪ରେ ବାଉନସର ଗ୍ୟାଙ୍ଗର ସଦସ୍ୟ ମାନେ ସୁପାରୀ ନେଇ ସୁବାସ ଅଗ୍ରୱାଲ ଓ ପ୍ରଦୀପ ସାମଲ ନାମକ ଦୁଇ ବ୍ୟବସାୟୀଙ୍କ ଦୋକାନକୁ ଜେସିବି ଲଗାଇ ମାଟିରେ ମିଶାଇ ଦେଇଥିଲେ। ଏହି ଘଟଣାରେ କମିଶନରେଟ୍‌ ପୋଲିସ ବାଉନସର ଗ୍ୟାଙ୍ଗର ୧୫ଜଣଙ୍କୁ ଗିରଫ କରିଛି। ହେଲେ ରାଘବ ଫେରାର ଥିଲା।

Leave a Reply

Your email address will not be published. Required fields are marked *

Back to top button