ବିଜେପି ନେତା ଥାନାରେ ଅଟକ

ସମ୍ବଲପୁର : ସମ୍ବଲପୁର ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବିଜେପି ଟିମ୍‌କୁ ପୋଲିସ ଅଟକ ରଖିଛି।

ଖବର ଅନୁଯାୟୀ ସମ୍ବଲପୁରରେ ଘଟିଥିବା ହିଂସା ଘଟଣା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ଵରେ ଏକ ଟିମ୍ ଆଜି ସେଟାକୁ ଯାଇଥିଲେ। ଏହି ଟିମରେ ଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ୍, ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାଏକ, ଶଙ୍କର ଓରାମ, କୁସୁମ ଟେଟେ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ। କିନ୍ତୁ ସେମାନେ ସମ୍ବଲପୁର ସୀମା ଠେଲକୁଲେଇ ଠାରେ ପହଞ୍ଚିବା ପରେ ପୋଲିସ ଅଟକାଇଥିଲା। ପୋଲିସ ସହ ଯୁକ୍ତିତର୍କ ପରେ ବିଜେପି ନେତାଙ୍କୁ ଠେଲକୁଲେଇ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button