ଭିଣୋଇକୁ ପଥରରେ ଛେଚି ହତ୍ୟାକଲା ଶଳା

ଝାରସୁଗୁଡା : ଭିଣେଇ ବିଜୟ କଲେତକୁ ପଥରରେ ଛେଚି ହତ୍ୟା କଲା ସମ୍ପର୍କୀୟ ଶଳା ପଙ୍କଜ ସୋରେନ। ଏପରି ଘଟଣା ବେଲପାହାଡ ଫାଟକ ନିକଟରେ ଘଟିଛି।
ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ବେଲପାହାଡ ଫାଟକ ନିକଟରେ ବିଜୟ ଓ ପଙ୍କଜଙ୍କ ମଧ୍ୟରେ କୌଣସି କଥାକୁ ନେଇ ଵଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଙ୍କଜ ପଥରରେ ବିଜୟଙ୍କ ମୁହଁକୁ ଛେଚି ଫେରାର୍ ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ସ୍ଥାନୀୟ ଲୋକେ ପଙ୍କଜକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବେଲପାହାଡ ପୋଲିସ ପହଂଚି ବିଜୟକୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାର ପୋଲିସ ଅଭିଯୁକ୍ତ ପଙ୍କଜକୁ ଅଟକ ରଖିଛି। ଏଥିସହ ହତ୍ୟାରେ ବ୍ୟବହୃତ ପଥରକୁ ପୋଲିସ ଜବତ କରିବାସହ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି । ମୃତକ ଜଣ ବେଲପାହାଡ ଗୁମାଡେରାର ବିଜୟ କଲେତ।