ମୁକେଶ ଅମ୍ବାନୀ ୩ ପିଲାଙ୍କୁ ବାଣ୍ଟିଦେଲେ ଦାୟିତ୍ଵ

ମୁମ୍ବାଇ : ବିଶ୍ଵର ଧନୀ ତାଲିକା‌ରେ ୧୩ ନମ୍ବର ସ୍ଥାନରେ ଥିବା ମୁକେଶ ଅମ୍ବାନୀ ଏସିଆ ମହାଦେଶର ସବୁଠାରୁ ଧନୀ। ତାଙ୍କ ସଂପତ୍ତିର ପରିମାଣ ୮୪.୧ ଆରବ ଡଲାର। ମୁକେସଙ୍କର ଦୁଇପୁଅ ଆକାଶ-ଅନନ୍ତ ଓ ଈଶା ନାମରେ ଜଣେ ଝିଅ।

ଖବର ଅନୁଯାୟୀ ବଡ଼ ପୁଅ ଆକାଶ ହେଉଛନ୍ତି ରିଲାଏନ୍ସ ଜିଓ ବୋର୍ଡର ନିର୍ଦ୍ଦେଶକ। ୧୯୯୧ ମସିହା ଅକ୍ଟୋବର ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆକାଶ ମୁମ୍ବାଇରେ ସ୍କୁଲ୍‌ ପାଠ ପଢ଼ିଥିଲେ। ପରେ ସେ ଆମେରିକାର ବ୍ରାଉନ୍‌ ବିଶ୍ଵ ବିଦ୍ୟାଳୟରେ ସ୍ନାତକ କରି ଦେଶକୁ ଫେରି ବାପାଙ୍କ ବ୍ୟବସାୟକୁ ସମ୍ଭାଳୁଛନ୍ତି।

ଆକାଶ ଓ ଈଶା ହେଉଛନ୍ତି ଯାଆଁଳା ଭାଇଭଉଣୀ। ଈଶା ଏବେ ରିଲାଲନ୍ସ ଇଣ୍ଡଷ୍ଟ୍ରିର ରିଟେଲ୍‌ ବିଜିନେସ୍‌କୁ ସମ୍ଭାଳୁଛନ୍ତି। ଗତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକରେ ମୁକେଶ ଦୁଇପୁଅ ତାଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି। ଈଶା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି। ମୁକେଶଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ଜନ୍ମ ୧୯୯୫ ମସିହା ଏପ୍ରିଲ୍‌ ୧୦ ତାରିଖରେ। ସେ ବି ବ୍ରାଉନ୍‌ ୟୁନିଭରସିଟିରେ ପାଠପଢ଼ା ଶେଷ କରି ଏବେ ରିଲାଲନ୍ସ ନ୍ୟୁ ଏନର୍ଜି ବିଜିନେସ୍‌ର ଦାୟିତ୍ଵରେ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button