ଯୁବକଙ୍କୁ ମାରି ଖଣ୍ଡଖଣ୍ଡ କରିଦେଲେ

ବଲାଙ୍ଗୀର : ବଲାଙ୍ଗୀର ସହରରେ ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକକୁ ହତ୍ୟା କରିବାପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଙ୍ଗପ୍ରତ୍ୟଙ୍ଗକୁ କାଟି ପଲିଥିନରେ ଭର୍ତ୍ତି କରାଯାଇଥିଲା। ବନ୍ଦ କୋଠରି ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଏହି ଘଟଣା ବଲାଙ୍ଗୀର ସହରର ୧୮ ନଂ. ୱାର୍ଡ ସାଲେପାଲିପଡ଼ାରେ ଘଟିଛି। ଯୁବକ ଜଣ‌କ ନାଁ ରିଙ୍କୁ ମେହେର। ପୋଲିସ ଶବ ନିକଟରୁ ରକ୍ତଲଗା ଟାଙ୍ଗିଆ ଓ ବ୍ଲେଡ୍‌ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button