ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ମୁଁ ଗ୍ରହଣ କରିପାରିନାହିଁ : ସୌମ୍ୟରଂଜନ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ଉଭୟ ଉଭୟଙ୍କୁ ଦୋଷାରୋପ କରୁଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି ଚାବି ହଜିବା ଘଟଣାକୁ ମୁଁ ଗ୍ରହଣ କରି ପାରିନାହିଁ। କିନ୍ତୁ ଏହାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ କହିଛନ୍ତି ସବୁ ଘଟଣାରେ ରାଜନୀତି କାହିଁକି କରାଯାଉଛି। ମହାପ୍ରଭୁ ଜଗନ୍ନାଥ ବୋଧେ ଆମକୁ ପରୀକ୍ଷା କରିବା ପାଇଁ ଚାବି ହଜେଇ ଦେଇଥିଲେ ବୋଲି ଭାବିବାକୁ ପଡ଼ିବ। ସେ କହିଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ଯେ କୌଣସି ନୂଆ କାମ କଲେ ବାଦ ବିବାଦ ରହିବ। କିନ୍ତୁ ଯେଉଁମାନେ ଯାଞ୍ଚ ଦାବି କରୁଛନ୍ତି ସେମାନେ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ ସେ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button