ମୁଁ ବୈଜ୍ଞାନିକ ହେବାକୁ ଚାହୁଥିଲି, ମୋ ଝିଅ ମୋ ସ୍ଵପ୍ନ ପୂରଣ କରିବ

ମୁମ୍ବାଇ : ମୁଁ ବୈଜ୍ଞାନିକ ହେବାକୁ ଚାହୁଥିଲି। ତେଣୁ ଯେତେବେଳେ ମୁଁ ମୋ ଝିଅକୁ ଦେଖେ ସେତେବେଳେ କହେ ତୁମେ ବୈଜ୍ଞାନିକ ହେବ। ୮ମାସର ଝିଅ ରାହାଙ୍କ କ୍ୟାରିୟର ବିଷୟରେ ଏହା କହିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ।

ଖବର ଅନୁଯାୟୀ ଅଭିନେତ୍ରୀ ଆଲିଆ ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଚାରରେ ଏବେ ବ୍ୟସ୍ତ। ସହ-ଅଭିନେତା ରଣବୀର ସିଂଙ୍କ ସହିତ ସେ ବିଭିନ୍ନ ସ୍ଥାନକୁ ଯାଇ ଫିଲ୍ମର ପ୍ରଚାର କରୁଛନ୍ତି। ଏ ଦୁଇ କଳାକାର ନିକଟରେ ମୁମ୍ବାଇରେ ଫିଲ୍ମର ପ୍ରଚାର କରୁଥିବା ବେଳେ ଆଲିଆ ତାଙ୍କ ୮ମାସର ଝିଅ ରାହାଙ୍କ କ୍ୟାରିୟର ବିଷୟରେ କହିଲେ ମୋ ଝିଅ ଅଭିନେତ୍ରୀ ନୁହେଁ ବୈଜ୍ଞାନିକ ହେବ।

ସୂଚନାଯୋଗ୍ୟ, ଆଲିଆ ଅଭିନେତା ରଣବୀର କପୁରଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ଥିଲେ। ଏପ୍ରିଲ ୧୪, ୨୦୨୨ରେ ଦୁହେଁ ବିବାହ କରିଥିବା ବେଳେ ନଭେମ୍ବର ୬, ୨୦୨୨ରେ ଝିଅ ରାହାକୁ ଜନ୍ମ ଦେଇଥିଲେ ଆଲିଆ। ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ କିଛିଦିନ ତଳେ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ପରୋକ୍ଷରେ ଟାର୍ଗେଟ କରିଥିବା ଦେଖାଯାଇଥିଲା। ତାପସୀ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ‘ଆସ୍କ ମିଁ ଏନିଥିଙ୍ଗ’ ସେସନ କରିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଆପଣ କେବେ ବିବାହ କରିବେ। ଏହାର ଉତ୍ତରରେ ତାପସୀ କହିଥିଲେ, ମୁଁ ଏଯାଏ ଗର୍ଭବତୀ ହୋଇନାହିଁ। କୌଣସି ତାରିଖ ନକହି ତାପସୀ ଏଭଳି ଜବାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Leave a Reply

Your email address will not be published. Required fields are marked *

Back to top button