ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରି ସ୍ଵାମୀ ଗିରଫ

ବାରିପଦା : ଡାକ୍ତର ସ୍ଵାମୀଙ୍କ ଲଜ୍ଜାଜନକ କାର୍ଯ୍ୟ। ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଏହାକୁ ଗିରଫ କରାଯାଇଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ପୁରୀ ଜିଲ୍ଲା ହସ୍ପିଟାଲର ପ୍ରସୂତୀ ଓ ସ୍ତ୍ରୀରୋଗ ଡାକ୍ତର ଖଗେଶ୍ଵର ମାରାଣ୍ଡି। ବାରିପଦା ଭଞ୍ଜପୁର ଥାନାରେ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡାକ୍ତରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ତାଙ୍କ ସ୍ଵାମୀଙ୍କର ଅନେକ ଝିଅଙ୍କ ସହ ସଂପର୍କ ରହିଛି। ତେଣୁ ମୋତେ ମାନସିକ-ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି। ତାଙ୍କ ଭାଇ ଜ୍ୟୋତିପ୍ରକାଶ ହାଁସଦାଙ୍କ ସାହାଯ୍ୟରେ ଶାଶୁଘରେ ଥିବାବେଳେ ମୋ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ଗୁପ୍ତ କ୍ୟାମେରା ଜରିଆରେ ଉତ୍ତୋଳନ କରି ବ୍ଲାକମେଲ୍ କରୁଛନ୍ତି। ଏଥିରେ ମୋର ସମ୍ମାନହାନୀ ଘଟିଛି। ସମାଜରେ ମୁଣ୍ଡ ଉଠାଇ ଚାଲୁ ପାରୁନାହିଁ।

Leave a Reply

Your email address will not be published. Required fields are marked *

Back to top button