ଆଡିଡାସ୍‍ର ବ୍ରାଣ୍ଡ୍‍ ଆମ୍ବାସାଡର ହେଲେ ସୁପରଷ୍ଟାର ଦୀପିକା ପାଦୁକୋନେ

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍‍, ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିବା ସୁପରଷ୍ଟାର ତଥା ଯୁବ ଆଇକନ ଦୀପିକା ପାଦୁକୋନେଙ୍କୁ ନିଜର ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରାଇଛି । ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ନିମନ୍ତେ ଉଭୟଙ୍କର ସମାନ ପ୍ରତିବଦ୍ଧତା ଉପରେ ପାଦୁକୋନେ ଆଡିଡାସ୍‍ ସହିତ ନିବିଡ ଭାବରେ ମିଶି କାର୍ଯ୍ୟ କରିବେ ।

କ୍ରୀଡା ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ପାଦୁକୋନେ ଉପଯୁକ୍ତ ସାମର୍ଥ୍ୟ ଓ ମଜଭୁତପଣର ପ୍ରତୀକ ହୋଇଛନ୍ତି, ଯାହା ଅନ୍ୟମାନଙ୍କ ଠାରେ ପରିଲକ୍ଷିତ ହେଉନାହିଁ ଏବଂ ତାହାସହିତ ସେ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି । ଉଭୟ ପାଦୁକୋନେ ଏବଂ ଆଡିଡାସ୍‍ ସମାନ ମୂଲ୍ୟବୋଧ ବହନ କରୁଥିବାରୁ ସମ୍ମିଳିତ ଭାବରେ ସେମାନେ ଏକ ଶକ୍ତିଶାଳୀ ସହଭାଗିତା ସୃଷ୍ଟି କରିପାରିବେ । ‘ଅସମ୍ଭବ କିଛି ନୁହେଁ’ ବୋଲି ବ୍ରାଣ୍ଡ୍‍ର ଭାବଧାରାକୁ ଆଗେଇ ନେଇ ଏହି ସହଭାଗିତା ସମସ୍ତ ପ୍ରତିବନ୍ଧକ ଦୂର କରିବା ଏବଂ ଅସୀମିତ ସମ୍ଭାବନାର ସୁଯୋଗ ନେବା କ୍ଷେତ୍ରରେ ଏକ ଉଦାହରଣ ହେବ ଏବଂ ଏହା ଉଭୟ ସାମ୍ପ୍ରତିକ ଏବଂ ଭବିଷ୍ୟତ ପିଢିଗୁଡିକୁ ପ୍ରେରଣା ଯୋଗାଇବ । ସମଗ୍ର ବିଶ୍ୱରେ ଆଡିଡାସ୍‍ର ଶକ୍ତିଶାଳୀ ମହିଳା କ୍ରୀଡାବିତ୍‍ ଓ ସହଯୋଗୀଙ୍କ ତାଲିକାରେ ପାଦୁକୋନେ ସାମିଲ ହେଉଥିବାବେଳେ ଆଡିଡାସ୍‍ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ଜରିଆରେ ମହିଳାଙ୍କ ପାଇଁ କ୍ରୀଡାର ଗଣତାନ୍ତ୍ରିକିକରଣ ଏବଂ ବିବିଧକରଣ କରିବା ଉପରେ ନିଜର ଲକ୍ଷ୍ୟକୁ ଅଧିକ ମଜଭୁତ କରୁଛି ।

ଏ ସମ୍ପର୍କରେ ପ୍ରକାଶ କରି ଦୀପିକା ପାଦୁକୋନେ କହିଛନ୍ତି, “ଜଣେ କ୍ରୀଡାବିତ ଭାବେ ଏବଂ କ୍ରୀଡାରେ ଅଂଶଗ୍ରହଣ କରିବା ମୋ ବ୍ୟକ୍ତିତ୍ୱକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ଏବଂ ଆଜି ମୁଁ ଯାହା ହୋଇଛି, ସେହି ବ୍ୟକ୍ତି ଭାବରେ ମୋତେ ଗଢିତୋଳିବାରେ ସହାୟକ ହୋଇଛି । ଏହା ମୋତେ ଏଭଳି ମୂଲ୍ୟବୋଧ ଶିକ୍ଷା ଦେଇଛି ଯାହା ଜୀବନର ଅନ୍ୟ କୌଣସି ଅଭିଜ୍ଞତାରୁ ମିଳିପାରିନଥାନ୍ତା । ସଂପ୍ରତି ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ମୋ ଜୀବନଚର୍ଯ୍ୟାର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ବିଶ୍ୱର ସର୍ବାଧିକ ଆଇକନିକ ବ୍ରାଣ୍ଡ୍‍ ଆଡିଡାସ୍‍ ସହିତ ସହଭାଗିତା କରି ମୁଁ ଅତ୍ୟନ୍ତ ଗର୍ବିତ ଏବଂ ଆନନ୍ଦିତ ।”

ବ୍ରାଣ୍ଡ୍‍ ଆଡିଡାସ୍‍ ଇଣ୍ଡିଆର ସିନିୟର ଡାଇରେକ୍ଟର ସୁନିଲ ଗୁପ୍ତା କହିଛନ୍ତି, “ଜଣେ ବିଶ୍ୱସ୍ତରୀୟ ଯୁବ ଚେହେରା ଏବଂ ମାନସିକ ସୁସ୍ଥତା ତଥା ବ୍ୟକ୍ତିଗତ ଉନ୍ନତି ଆଣିବାରେ ଚମ୍ପିଆନ ଦୀପିକା କ୍ରୀଡା ଓ ଗତିଶୀଳତା ଜରିଆରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଆମ ବ୍ରାଣ୍ଡ୍‍ର ଲକ୍ଷ୍ୟ ସହିତ ଚମତ୍କାର ଭାବରେ ଖାପ ଖାଉଛନ୍ତି । ଆଡିଡାସ୍‍ ପରିବାର ସହିତ ଦୀପିକା ଯୋଗଦେବା ନେଇ ଆମେ ଉଲ୍ଲସିତ ଏବଂ ସମ୍ମିଳିତ ଭାବରେ ଆମେ ଅଧିକରୁ ଅଧିକ ମହିଳା ଯେଭଳି ସେମାନଙ୍କ ଠାରେ ରହିଥିବା ସମ୍ଭାବନାକୁ ଦେଖିପାରିବେ ଏବଂ ତାହା ସାକାର କରିବେ, ସେଥିପାଇଁ ସେମାନଙ୍କୁ ପ୍ରେରଣା ଦେବାକୁ ଆମେ ଆଶା କରୁଛୁ ।”

Leave a Reply

Your email address will not be published. Required fields are marked *

Back to top button