ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଉ ୫ ବର୍ଷ ମିଳିବ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ : ଦେଶରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୪ ଜାନୁଆରି ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ଵାରା ୮୧ କୋଟି ୩୫ ଲକ୍ଷ ହିତାଧିକାରୀ ଉପକୃତ ହେବେ।

ଖବର ଅନୁଯାୟୀ ବୁଧବାର କ୍ୟାବିନେଟ ବୈଠକରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।ଡ୍ରୋନ୍ ସଖୀ ଯୋଜନାକୁ ମିଳିଛି ଅନୁମୋଦନ। ଏହି ଯୋଜନାରେ ମହିଳାମାନଙ୍କୁ ଡ୍ରୋନ ଉଡାଇବା ପାଇଁ ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ୍ ଜରିଆରେ କ୍ଷେତରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ୍ ଉଡ଼ାଉଥିବା ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯିବ। ଏହି ଯୋଜନା ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ମୋଟ ୧୨୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଷୋଡ଼ଶ ଅର୍ଥ ଆୟୋଗର ଟର୍ମ ଅଫ୍ ରେଫରେନ୍ସକୁ କ୍ୟାବିନେଟ୍ ଅନୁମୋଦନ କରିଛି। ବର୍ତ୍ତମାନର କମିଶନଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରହିଛି। ଏହାଛଡା ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅଧୀନରେ ଫର୍ଟ ଟ୍ରାକ୍ ସ୍ପେଶାଲ କୋର୍ଟକୁ ୨୦୨୬ ପର୍ଯ୍ୟନ୍ତ ବଜାୟ ରଖିବାକୁ କ୍ୟାବିନେଟ ବୈଠକରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button