ହ୍ଵାଟ୍ସଆପ୍‌ ସିଙ୍ଗଲ ଚାଟ୍‌ ଲକ୍‌ ହୋଇପାରିବ

janatakhabar.in

ନୂଆଦିଲ୍ଲୀ : ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ୟୁଜର୍ସମାନଙ୍କ ଗୋପନୀୟତାକୁ ଗୁରୁତ୍ଵ ଦେଇ ନୂଆ ଫିଚର୍ସ ଗୁଡିକ ପରୀକ୍ଷା କରିଚାଲିଛି। ଏହି ତାଲିକାରେ ରହିଛି ଅତ୍ୟନ୍ତ ଉପଯୋଗୀ ଫିଚର୍ସ ‘ଲକ୍ ଚାଟ୍’। ଯେଉଁ ଫିଚର୍ସ ସାହାଯ୍ୟରେ ୟୁଜର୍ସମାନେ ବର୍ତ୍ତମାନ ପ୍ଲାଟଫର୍ମରେ ଗୋଟିଏ ଚାଟ୍ ମଧ୍ୟ ଲକ୍ କରିପାରିବେ। ପୂର୍ବରୁ ହ୍ଵାଟ୍ଆପ୍‌ ଲକ୍ କରିବାର ଫିଚର୍ସ ଉପଲବ୍ଧ ଥିଲା। କିନ୍ତୁ ବର୍ତ୍ତମାନର ନୂଆ ଫିଚର୍ସରେ ଯେଉଁ ଚାଟ୍‌ ଗୁପ୍ତ ରଖିବାକୁ ଚାହୁଁଛନ୍ତି ଲକ୍ କରିବାକୁ ସମର୍ଥ ହେବେ।

ୱାବେଟେନ୍ଫୋ ଏହାର ସର୍ବଶେଷ ରିପୋର୍ଟରେ ‘ଲକ୍ ଚାଟ୍’ ଫିଚର୍ସ ବିଷୟରେ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ ହ୍ଵାଟ୍ସଆପ୍ ଖୁବ୍ ଶୀଘ୍ର ଏହାର ପ୍ଲାଟଫର୍ମରେ ଲକ୍ ଚାଟ୍ ଫିଚର୍ସ ଆଣିବାକୁ ଯାଉଛି। ଯାହା ସାହାଯ୍ୟରେ ୟୁଜର୍ସମାନେ ବର୍ତ୍ତମାନ ଆପରେ ଯେକୌଣସି ଚାଟ୍ ଲକ୍ କରିପାରିବେ। ନିଶ୍ଚିତ ଭାବରେ ଏହା ୟୁଜର୍ସର ଗୋପନୀୟତାକୁ ଆହୁରି ଦୃଢ କରିବ ଏବଂ ନୂତନ ସ୍ତରର ସୁରକ୍ଷା ଯୋଗଇଦେବ। ଏବେ ଫିଚର୍ସ ବିକାଶ ପର୍ଯ୍ୟାୟରେ ରହିଛି।

ଖବର ହେଲା ହ୍ଵାଟ୍ଆପ୍‌ ଖୋଲିବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଥର ଫିଙ୍ଗର ପ୍ରିଣ୍ଟ ପ୍ରୟୋଗ କରିବାକୁ ପଡିବ। ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କ ଚାଟ୍ ଖୋଲିପାରିବେ ନାହିଁ। ଏହାଛଡା ସୂଚନା ମିଳିଛି ହ୍ଵାଟ୍ସଆପ୍‌ ଶୀଘ୍ର ଡିସାପିଅରିଂ ମେସେଜ୍‌ର ନୂଆ ମୋଡ୍‌ କରିବାକୁ ଯାଉଛି। ଏହି ମୋଡ୍ କୁ ୨୪ ଘଣ୍ଟା, ୭ ଦିନ ଏବଂ ୯୦ଦିନ ପର୍ଯ୍ୟନ୍ତ ରଖିପାରିବେ।

Leave a Reply

Your email address will not be published. Required fields are marked *