୨୧ରେ ଲଘୁଚାପ : ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୧-୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ। ୨୪ ତାରିଖରେ ଏହି ଲଘୁଚାପ କ୍ଷେତ୍ର ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ସୂଚନା ଦେଇଛି।

ଖବର ଅନୁଯାୟୀ ସ୍କାଏମେଟ୍ କହିଛି ଏହି ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ୧୯ ତାରିଖଠାରୁ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷାହେବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷାର ପରିମାଣ ବଢିବ। ତେଣୁ ଦକ୍ଷିଣ ଓଡ଼ିଶାରେ ଜୁଲାଇ ୨୪ ଓ ୨୫ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡା ଲଘୁଚାପଟି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଫଳରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିଦର୍ଭ ଅଂଚଳରେ ପ୍ରବଳ ବର୍ଷା ହେବ। ତେବେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଲଘୁଚାପର କୌଣସି ପ୍ରଭାବ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button