ମଙ୍ଗଳବାର ସକାଳ ସାଢ଼େ ୯ରେ ପହଣ୍ଡି ଓ ୪ଟାରେ ରଥଟଣା

ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି। ମଙ୍ଗଳବାର ସକାଳ ସାଢ଼େ ୯ଟାରେ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ କରିଛି।

ଖବର ଅନୁଯାୟୀ ମହାପ୍ରଭୁଙ୍କ ଆଜିର ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜା ପଣ୍ଡାମାନେ ବଡ଼ ଦାଣ୍ଡକୁ ଶୋଭାଯାତ୍ରାରେ ଆସିଥିଲେ। ଆଜ୍ଞାମାଳ ଅର୍ପଣ ପରେ ତିନି ରଥକୁ ଭକ୍ତମାନେ ଉତ୍ସାହର ସହ ସିଂହଦ୍ୱାରକୁ ଟାଣି ଆଣିଥିଲେ। ପ୍ରଥମେ ନନ୍ଦିଘୋଷ, ତା’ ପରେ ଦେବଦଳନ ଓ ଶେଇଛି ପ୍ରସ୍ତୁତି। ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ-ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳ ଆଳତି, ୭ଟା ୧୦ରେ ସୂର୍ଯ୍ୟ ପୂଜା, ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ପରେ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ବା ଖେଚୁଡ଼ି ଭୋଗ ଲାଗି ହେବ। ତାପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ୪ଟାରେ ରଥ ଟଣା ପାଇଁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button