୬ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ମନୋଜା ଦେବୀଙ୍କୁ ମିଳିଛି ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଲିଲି କୁମାରୀ କୁଲୁ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ସ୍ମିତା ବିଶ୍ୱାଳ ଓ ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହି ଅଧିକାରୀମାନେ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବେ।

ଏହାବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆରାଧନା ଦାସଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଓ ସେଠାରେ ଥିବା ବିଭୂତିଭୂଷଣ ମିଶ୍ରଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ସିଡିଆଇ (ଡିପାର୍ଟମେଣ୍ଟାଲ ଇନକ୍ୱାରୀ କମିଶନର) ଭାବେ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *

Back to top button