୪ ରାଜ୍ୟରେ ବିଜେପି ଓ ପଞ୍ଜାବରେ ସରକାର ଗଢିବ ଆପ୍ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ଆଗକୁ ୫ ରାଜ୍ୟର ହେବ ବିଧାନସଭା ନିର୍ବାଚନ। ଉତ୍ତର ପ୍ରଦେଶ ସମେତ ୪ଟିରେ ବିଜେପି ଓ ପଞ୍ଜାବରେ ସରକାର ଗଢିବ ଆପ୍ ସରକାର ଗଠନ କରିବ ବୋଲି ଏବିପି ସିଭୋଟର ଓପିନିଅନ୍ ପୋଲର ରିପୋର୍ଟରେ ସୂଚନା ଦିଆଯାଇଛି।

ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏଠାରେ ବିଜେପିକୁ ୪୨ ପ୍ରତିଶତ, ସମାଜବାଦୀ ପାର୍ଟି ୩୦ ପ୍ରତିଶତ ଓ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିକୁ ୧୬ ପ୍ରତିଶତ ଭୋଟ୍ ମିଳିବ ଆକଳନ କରାଯାଇଛି। ରାଜ୍ୟରେ ମୋଟ ୪୦୦ଟି ଆସନ ମଧ୍ୟରୁ ବିଜେପି ଖାତାକୁ ୨୫୯ରୁ ୨୬୭, ଏସପିକୁ ୧୦୯ରୁ ୧୧୭ ଓ ବିଏସପିକୁ ୧୨ରୁ ୧୬ ଆସନ ମିଳିପାରେ।

ସେହିପରି ଉତ୍ତରାଖଣ୍ଡରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାର ଆକଳନ କରାଯାଇଥିବା ବେଳେ ଏଠାରେ ମୋଟ ୭୦ ଆସନରୁ ବିଜେପିକୁ ୪୪-୪୮, କଂଗ୍ରେସକୁ ୧୯ରୁ ୨୩ ଆସନ ମିଳିପାରେ ବୋଲି କୁହାଯାଇଛି। ଏହାଛଡା ପ୍ରଥମ ଥର ପାଇଁ ଏଠାରେ ଆମ ଆଦମି ପାର୍ଟି ୦-୪ ଆସନ ଜିତିପାରେ ବୋଲି ଅନୁମାନ କରାଯାଉଛି।

ସର୍ଭେ ରିପୋର୍ଟରେ କୁହାଯାଇଛି ପଞ୍ଜାବର ରାଜନୀତିରେ ଏଥର ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିପାରେ। ଏଠାରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବାର ସମ୍ଭାବନା ଥିବା ବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ। ବିଜେପିକୁ ଲାଗିବ ଶକ୍ତ ଧକ୍କା। ପଞ୍ଜାବରେ ଆପକୁ ୫୧ରୁ ୫୭ ଓ କଂଗ୍ରେସକୁ ୩୮-୪୬ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ପୂର୍ବଥର କଂଗ୍ରେସକୁ ୭୭ ଆସନ ମିଳିଥିଲା।

ମଣିପୁରରେ ଏନଡିଏ ମେଣ୍ଟକୁ ୪୧ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ବିଜେପି ନେତୃତ୍ୱାଧିନ ଏହି ମେଣ୍ଟକୁ ୩୨ରୁ ୩୬ ଆସନ ଓ କଂଗ୍ରେସକୁ ୧୮ରୁ ୨୨ ଆସନ ମିଳିବାର ସମ୍ଭାବନା ଥିବା କୁହାଯାଇଛି।

ଏହାବ୍ୟତୀତ ଆଭାସ ମିଳୁଛି ଗୋଆରେ ବିଜେପି ପୁଣି ସରକାର ଗଠନ କରିବ। ରିପୋର୍ଟ କହୁଛି ବିଜେପିକୁ ୩୯ ପ୍ରତିଶତ ଭୋଟ୍ ସହ ୨୨ରୁ ୨୬ ପ୍ରତିଶତ ଆସନ ମିଳିପାରେ। ସେହିପରି କଂଗ୍ରେସକୁ ୩ରୁ ୭ ଆସନ ଓ ଆମ୍ ଆଦମି ପାର୍ଟିକୁ ୪ରୁ ୮ ଆସନ ମିଳିବା ନେଇ ଅନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button