ପୋଲିସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ଆହତ

ସୁବର୍ଣ୍ଣପୁର : ପୋଇସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁ ଓରଫ ଲିପୁ ଆହତ। ତାଙ୍କ ବାମପଟ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି।
ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ ନିଶ୍ଚିନ୍ତକୋଇଲି ପୋଲିସକୁ ଖବର ମିଳିଥିଲା କୁଖ୍ୟାତ ଅପରାଧୀ ସୁଶାନ୍ତ ଓ ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ହେଲେ ପୋଲିସକୁ ଦେଖି ସୁଶାନ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ପାଲଟା ଗୁଳି ଚଳାଇବାରୁ ସୁଶାନ୍ତର ବାମ ଜଙ୍ଘରେ ଗୁଳି ବାଜିଥିଲା। ହେଲେ ତା’ର ସହଯୋଗୀ ଖସି ଯାଇଥିଲା। ସୁଶାନ୍ତକୁ ଉଦ୍ଧାର କରି ପୋଲିସ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି। ତା’ ନାଁରେ ବିଭିନ୍ନ ଥାନାରେ ୫୪ଟି ମାମଲା ରହିଛି।




























