ପ୍ରେମୀଯୁଗଳଙ୍କ ଉଲଗ୍ନ ଭିଡିଓ ଭାଇରାଲ୍‌ : ୬ ଗିରଫ

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ଜଂଗଲରେ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରିପଡିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କୁ ଉଲଗ୍ନ କରି ନିର୍ଯାତନା ଦେଇଥିଲେ। ଏପରିକି ଭିଡିଓ କରିଥିଲେ ଭାଇରାଲ। ଏହି ଘଟଣାରେ ଆଜି ମାଲାକନଗିରି ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଜଂଗଲରୁ ଧରାପଡିଥିବା ପ୍ରେମୀ ଯୁଗଳଙ୍କୁ ସ୍ଥାନୀୟ ଯୁବକମାନେ ଅତ୍ୟାଚାର କରିବାକୁ ହାତକୁ ପଛାଇଲେ ନଥିଲେ। ଖୋଲମଖୋଲାରେ ଯୁବତୀଙ୍କୁ ଉଲଗ୍ନ କରିବା ସହ ଯୁବକଙ୍କୁ ଠେଲାପେଲା କରି ଥଟ୍ଟାମଜା କରିଥିଲେ। କଥା ସେତିକିରେ ସରିନଥିଲା। ଦୁଇଜଣଙ୍କ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ। ମାଲକାନଗିରି ପୋଲିସ ଖବର ପାଇବା ପରେ ଏହାକୁ ଗୁରୁତର ସହ ନେଇ ଡମ୍ବରୁ ମାଡକାମୀ, ପ୍ରିତମ କାରସାତା, ତ୍ରିନାଥ କାରସାତା, କାନ୍ତା କାରସାତା, ସମାରୁ କାରସାତା ଓ ଦେବ ମାଢିଙ୍କୁ ସିନ୍ଧ୍ରମାଳ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button