ପ୍ରେମ ନିବେଦନ : ବୃଦ୍ଧ ଓ ଯୁବକଙ୍କୁ ପିଟିଲେ ମହିଳା
ସୋର : ମହିଳାଙ୍କୁ ପ୍ରେମ ନିବେଦନ ଘଟଣାର ସମାଧାନ ପାଇଁ ଥାନା ପରିସରରେ ବସିଥିବା ବୈଠକରେ ବୃଦ୍ଧ ଓ ଯୁବକଙ୍କୁ ନିସ୍ତୁକ ମାଡ଼। ଦୁଇଜଣ ମହିଳା ଏପରି କରିଥିବା ଜଣାପଡିଛି।
ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋର ଥାନା କେଦାରପୁର ଅଞ୍ଚଳର ଦୁଇଜଣ ମହିଳାଙ୍କୁ କୋଦଣ୍ଡପୁରର ଜଣେ ଯୁବକ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରୁଥିଲେ। ଏପରିକି ଫୋନ୍ରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଥିଲେ। ଏନେଇ ସୋର ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା। ଗତରାତିରେ ଥାନା ପରିସରରେ ଥିବା ମନ୍ଦିରରେ ଘଟଣାର ସମାଧାନ ପାଇଁ ଆଲୋଚନା ଚାଲିଥିଲା। ଏହି ସମୟରେ ଫୋନ୍ କରି ହଇରାଣ କରୁଥିବା ଯୁବକ ଓ ବୃଦ୍ଧଙ୍କୁ ମହିଳାମାନେ ନିସ୍ତୁକ ମାଡ଼ ମାରିଥିଲେ। ବୃଦ୍ଧ ଜଣକ ମହିଳାଙ୍କ ଗୋଡ ଧରି ଭୁଲ ମାଗୁଥିଲେ ହେଁ ସେମାନେ ନିସ୍ତୁକ ମାଡ ମାରି ଚାଲିଥିଲେ ବୋଲି ଊହାଯାଉଛି।




























