ପେଟ୍ରୋଲ ଓ ଡିଜେଲ ପୁଣି ବଢ଼ିଲା

ମୁମ୍ବାଇ : ତୈଳ କମ୍ପାନୀଗୁଡ଼ିକ ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ମୂଲ୍ୟ ୩୫ ପଇସା ବୃଦ୍ଧି କରିଛନ୍ତି। ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ୧୦୬.୮୯ ଟଙ୍କା ଓ ମୁମ୍ବାଇରେ ୧୧୨.୭୮ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀରେ ଡିଜେଲ ଲିଟର ମୂଲ୍ୟ ୯୫.୬୨ ଟଙ୍କା ଓ ମୁମ୍ବାଇରେ ୧୦୩.୬୩ ଟଙ୍କା ହୋଇଛି।

ସୂଚନାଯୋଗ୍ୟ ଅକ୍ଟୋବର ୧୮ ଓ ୧୯ ତାରିଖରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ନଥିଲେ। କିନ୍ତୁ ପୂର୍ବ ଚାରିଦିନ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା। ଅକ୍ଟୋବର ୨୦, ୨୧ ଓ ୨୨ ତାରିଖ ତିନିଦିନ ଧରି ଲଗାତାର ଦୁଇ ଇନ୍ଧନରେ ଦରବୃଦ୍ଧି ଘଟିଛି।

ସେହିପରି ସେପ୍ଟେମ୍ବର ୨୮ ତାରିଖ ପରଠାରୁ ପେଟ୍ରୋଲ ଓ ଡିଜେଲ ଦର ୧୯ ଥର ବୃଦ୍ଧି ହୋଇଛି। ଯାହାଫଳରେ ପେଟ୍ରୋଲ ଲିଟରରେ ମୋଟ ୫.୭୦ ଟଙ୍କା ବଢିଥିବା ବେଳେ ଡିଜେଲ ଦର ୨୨ ଥରରେ ସମୁଦାୟ ୭ ଟଙ୍କା ବଢ଼ିଛି।

Leave a Reply

Your email address will not be published. Required fields are marked *

Back to top button