ଜନସଂଖ୍ୟା ବୃଦ୍ଧି ପାଇଁ ମାଗଣା ଜମି ଅଫର

କାନ୍‌ବେରା : ଜନସଂଖ୍ୟା ବୃଦ୍ଧି ପାଇଁ ଅଷ୍ଟ୍ରେଲିଆର କ୍ୱିଲ୍‌ପି ସହରରେ ଦିଆଯାଉଛି ମାଗଣାରେ ଜମି ଅଫର।

ଖବର ଅନୁଯାୟୀ ଅଫରର କାରଣ ହେଲା କ୍ୱିଲ୍‌ପି ସହରର ଜନସଂଖ୍ୟା ମାତ୍ର ୮୦୦। ସେଥିପାଇଁ ପଶୁ ଓ ମେଣ୍ଢା ପାଳନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପୂରଣ ହୋଇପାରୁ ନାହିଁ। ତେଣୁ କ୍ୱିଲ୍‌ପି ସିଟି କାଉନ୍‌ସିଲ ଜନସଂଖ୍ୟା ବୃଦ୍ଧି ପାଇଁ ମାଗଣା ଜମିର ଅଫର ଦେବାକୁ ଘୋଷଣା କରାଯାଇଛି।

ସିଟି କାଉନ୍‌ସିଲର ଘୋଷଣା ପରେ ଲୋକମାନେ ପଡ଼ି ଜମି ହାତେଇବା ପାଇଁ ଆଗେଇ ଆସିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଘୋଷଣାର ଦୁଇ ସପ୍ତାହ ଭିତରେ ପୂରା ଅଷ୍ଟ୍ରେଲିଆ ମହାଦେଶ ଓ ବିଦେଶରୁ ପାଖାପାଖି ୨୫୦ ଲୋକ ମାଗଣା ଜମି ସମ୍ପର୍କରେ ତଥ୍ୟ ନେଇଥିଲେ। କ୍ୱିଲ୍‌ପି ସିଟି କାଉନ୍‌ସିଲର ଅଧିକାରୀଙ୍କ କହିବା ଅନୁସାରେ ମାଗଣା ଜମି ପାଇବା ପାଇଁ ବ୍ରିଟେନ୍‌, ଭାରତ, ହଂକଂ ଓ ନ୍ୟୁଜିଲାଣ୍ଡର ଲୋକମାନେ ତଥ୍ୟ ସଂଗ୍ରହ କରିଥିଲେ। ତେବେ କ୍ୱିଲ୍‌ପି ସିଟି କାଉନ୍‌ସିଲ ସର୍ତ୍ତ ରଖିଛି ମାଗଣା ଜମି ପାଇଁ ଆବେଦନ କରିଥିବା ବ୍ୟକ୍ତିମାନେ ଅଷ୍ଟ୍ରେଲିଆର ସ୍ଥାୟୀ ନାଗରିକ ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *

Back to top button