ପ୍ରତାରଣା ଅଭିଯୋଗରେ ଲେଡି ଏସ୍‌ଆଇ ଗିରଫ

ଭଦ୍ରକ : ୱେବ୍ ଚ୍ୟାନେଲ ଜଣେ ସାମ୍ବାଦିକାଙ୍କୁ ବିବାହ କରିବାକୁ ମିଥ୍ୟ ପ୍ରଲୋଭନ ଦେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ମହିଳା ଏସ୍‌ଆଇ ଗିରଫ। ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ୍ ଥାନାରେ କାମ କରନ୍ତି।

ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି ଏସ୍‌ଆଇ ତପସ୍ୱିନୀ ମହାପାତ୍ରଙ୍କ ବିରୋଧରେ ଗତକାଲି ଜଣେ ମହିଳା ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିଲା। ମହିଳାଙ୍କ ଅବଯୋଗ ଥିଲା ବିବାହର ପ୍ରଲୋଭନ ଦେଇ ତପସ୍ୱିନୀ ଶାରିରୀକ ସମ୍ପର୍କ ରଖିଥିଲେ। ଏହାର ସତ୍ୟତା ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ମହିଳା ବୋଲି ଡାକ୍ତରୀ ମାଇନାରେ ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button