କ୍ଷମତା ପାଇଁ ସୁଦାନ ସେନାରେ ସଂଘର୍ଷ : ୨୭

ଖାର୍ତୌମ୍ : ଶାସନ କ୍ଷମତା ପାଇଁ ସୁଦାନ ସେନା ଓ ପାରାମିଲିଟାର ଫୋର୍ସ ମଧ୍ୟରେ ରାଜଧାନୀ ଓ ଅନ୍ୟାନ୍ୟ ଅଞ୍ଚଳରେ ତୁମୁଳ ସଂଘର୍ଷ। ଜାତିସଂଘର ଜଣେ କର୍ମଚାରୀଙ୍କ ସମେତ ୨୭ଜଣଙ୍କର ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ଖବର ଅନୁଯାୟୀ ଦେଶରେ ଗଣତନ୍ତ୍ର ଶାସନ ପ୍ରଚଳନ ପାଇଁ ପାରାମିଲିଟାରି ଫୋର୍ସର ଉଦ୍ୟମକୁ ପ୍ରତିହତ କରିବା ପାଇଁ ସୁଦାନ ସେନା ରାଜଧାନୀ ନିକଟରେ ଥିବା ପାରାମିଲିଟାରି ଘାଟି ଉପରେ ବିମାନ ଆକ୍ରମଣ କରିଥିଲା। ଶନିବାର ରାଷ୍ଟ୍ରପତି ଭବନ, ରାଷ୍ଟ୍ରାୟତ ଟେଲିଭିଜନ୍ ଓ ସେନାମୁଖ୍ୟାଳୟ ଅକ୍ତିଆର କରିବା ଲାଗି ରାଜଧାନୀ ଖାର୍ତୌମ୍ ପ୍ରତିଦ୍ଵନ୍ଦ୍ଵୀ ସୈନିକମାନେ ଗୁଳିଗୋଳା ବିନିମୟ କରିଥିଲେ। ଏହି ସଂଘର୍ଷ ଯୋଗୁଁ ୧୮୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୁଦାନୀୟ ଡାକ୍ତର ସଂଘ କହିଛି ପଶ୍ଚିମ ଦାର୍ଫୁର୍ ଏବଂ ଉତ୍ତର ମେରୋୱେ ନଗରୀରେ ସେନା ଓ ଆର୍ଏସ୍ଏଫ୍ ସୈନିକଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ନିହତ ହୋଇଛନ୍ତି।
ଅନ୍ୟପକ୍ଷରେ ଆକାଶ ମାର୍ଗରୁ ରାପିଡ୍ ସପୋର୍ଟ ଫୋର୍ସର କାର୍ଯ୍ୟକଳାପ ସର୍ଭେ କରାଯାଉଥିବାରୁ ଜନସାଧାରଣଙ୍କୁ ଘରେ ରହିବାକୁ ସୁଦାନୀୟ ବାୟୁସେନା ପରାମର୍ଶ ଦେଇଛି। ସେଥିପାଇଁ ଆଜି ଖାର୍ତୌମ୍ ପ୍ରଦେଶରେ ଛୁଟି ଘୋଷଣା କରାଯାଇଛି।




























