ଘୁ. ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନରେ ଜିତିଲେ ବିଜେଡି ପ୍ରାର୍ଥୀ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନ ଓ ଚିକିଟି ଏନଏସି ୩ ନମ୍ଵର ୱାର୍ଡ କାଉନସିଲର୍ ଉପନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାନରେ ବିଜେଡି ପ୍ରାର୍ଥିନୀ ଦେଵସ୍ମିତା ଶତପଥୀ ୨୩୫୫ ଭୋଟ୍ ଵ୍ୟଵଧାନରେ ଵିଜୟୀ ହୋଇଛନ୍ତି। ସେହିପରି ଚିକିଟି ଏନଏସି ୩ ନମ୍ଵର ୱାର୍ଡ କାଉନସିଲର୍ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହର ପ୍ରସାଦ ଚୌଧୁରୀ ୪୬୯ ଭୋଟ୍ ଵ୍ୟଵଧାନରେ ଜିତିଛନ୍ତି।

ଖବର ଅନୁଯାୟୀ ଘୁ.ଉଦୟଗିରି ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଚଳିତ ମାସ ୨୯ତାରିଖରେ ମତଦାନ ହୋଇଥିଲା। ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଅଧିକାରୀ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡିର ପ୍ରାର୍ଥୀନି ପ୍ରାକ୍ତନ ଅଧ୍ୟକ୍ଷା ସ୍ଵର୍ଗତ ଭାନୁପ୍ରଭା ମିଶ୍ରଙ୍କ କନ୍ୟା ଦେବସ୍ମିତା ଶତପଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। କଂଗ୍ରେସରୁ ମଧୁଲିନା ଦିଗାଲ ଜିଲ୍ଲା ଓ ବିଜେପିର ରଞ୍ଜିତା ନାୟକ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button