ନୂଆଦିଲ୍ଲୀ : ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଆବେଦନକୁ ସୁରଟ ସେସନ୍ସ କୋର୍ଟ ଖାରଜ କରିଛନ୍ତି। ସେସନ୍ସ କୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ମିିଳିବାରୁ କଂଗ୍ରେସ ହାଇକୋର୍ଟ ଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ମୋଦୀ ସାଙ୍ଗିଆ ବାବଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ। ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ତଳ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ରାହୁଲ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ଯାହା ଆଜି ଖାରଜ ହୋଇଥିବା ଜଣାପଡିଛି।