ଛେନା ଓ ପନିର ମୂଲ୍ୟ ପହିଲାରୁ ବଢ଼ିବ

କଟକ : ମଇ ପହିଲାରୁ ଦୁଗ୍ଧଜାତ ଦ୍ରବ୍ୟ ଛେନା, ପନିର ଓ ଖୁଆ ଆଦିର ମୂଲ୍ୟ ବୃଦ୍ଧି ହେବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ ଛେନା କେଜି ପିଛା ୨୦, ପନିର ୩୦ ଓ ଖୁଆ କେଜି ପିଛା ୬୦ ଟଙ୍କା ବୃଦ୍ଧି ପାଇବ। ଓମଫେଡ କ୍ଷୀର ଓ ଗୋଖାଦ୍ୟ ଆଦିର ଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟ ମୂଲ୍ୟ ବଢାଇବାକୁ ନିଷ୍ପତ୍ତି ହୋଇଛି। ମଇ ପହିଲାରୁ ବର୍ଦ୍ଧିତ ମୂଲ୍ୟ ଲାଗୁହେଲେ ଛେନା କେଜି ପିଛା ମୂଲ୍ୟ ୧୭୫ରୁ ହେବ ୧୯୫ ଟଙ୍କା। ସେହିପରି ପନିର ୨୨୫ରୁ ୨୫୫ ଟଙ୍କା ଓ ଖୁଆ କେଜି ଦର ୨୬୦ରୁ ୩୨୦ ଟଙ୍କାକୁ ବଢିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button