ପୁଅ ଅନୁପସ୍ଥିତିରେ ଶାଶୂଘର ଲୋକ ବୋହୂକୁ ରହିବାକୁ ବାଧ୍ୟ କରିପାରିବେନି

janatakhabar.in

ନୂଆଦିଲ୍ଲୀ : ଏକ ମାମଲାରେ ଆହ୍ଲାବାଦକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ କରାଯାଇପାରିବନି।

ଖବର ଅନୁଯାୟୀ ଲକ୍ଷ୍ନୌର ମହମ୍ମଦ ହାସୀମ ନାମକ ବ୍ୟକ୍ତି ନିଜ ବୋହୂଙ୍କୁ ଶଶୁରଘରେ ଆସି ରହିବା ପାଇଁ ବାଧ୍ୟ କରିଥିଲେ। କୋର୍ଟରେ ଏ ସମ୍ପର୍କିତ ଏକ ଆବେଦନ ଦାୟର କରି ଏହି ଆଦେଶ ଦେବାକୁ ଅନୁରୋଧ କରିଥିଲେ। ଆବେଦନକାରୀ ଦର୍ଶାଇଥିଲେ ତାଙ୍କ ବୋହୂଙ୍କୁ ବାପଘର ଲୋକମାନେ ଦୁଇବର୍ଷ ହେବ ବନ୍ଧକ ରଖିଛନ୍ତି। ଶାଶୁଘରକୁ ଛାଡୁନାହାଁନ୍ତି। ଆବେଦନ ଉପରେ ଶୁଣାଣୀ କରି ଜଷ୍ଟିସ ସମୀମ ଅହମଦ କହିଥିଲେ ପୁଅର ଅନୁପସ୍ଥିତିରେ ଶାଶୁଘର ଲୋକ ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ କରିପାରିବେନି।

Leave a Reply

Your email address will not be published. Required fields are marked *