ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରାତ୍ରି ଯାଏ ଚାଲିବ : ଆଇଏମଡି

ଅହମ୍ମଦାବାଦ : ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ପ୍ରକ୍ରିୟା ଗୁଜରାଟର ଝଖାଉ ବନ୍ଦର ନିକଟରେ ଆରମ୍ଭ ହୋଇଯାଇଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୬.୪୫ରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଧ୍ୟରାତ୍ର ଯାଏ ଚାଲୁ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି।
ପାଣିପାଗ ବିଭାଗର ସୂଚନାର ଅନୁଯାୟୀ ପୂର୍ବ ଆକଳନ ଅନୁସାରେ କଚ୍ଛ ଜିଲ୍ଲାର ଜଖୌ ପୋର୍ଟ ନିକଟରେ ଏହା ଲ୍ୟାଣ୍ଡଫଲ କରିଛି। କରାଚି ଓ ମାଣ୍ଡଭି ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଏବେ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିଥିବା ବେଳେ ପରବର୍ତ୍ତୀ ସମୟରେ ୧୨୦ରୁ ୧୪୦ କିମି ଛୁଇଁବ। ଲାଣ୍ଡଫଲ୍ ପରେ ବାତ୍ୟା ଧୀରେ ଧୀରେ ଦୂର୍ବଳ ହୋଇଯିବ। ଶୁକ୍ରବାର ସୁଦ୍ଧା ଏହାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି କୁହାଯାଇଛି।