ଟ୍ୱିଟରକୁ ଟକ୍କର ଦେବ ଟ୍ରମ୍ପଙ୍କ ଟ୍ରୁଥ୍ ସୋସିଆଲ

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ପାଇଁ ତିଆରି କରିଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ‘ଟ୍ରୁଥ୍ ସୋସିଆଲ’ ନାମରେ ମୁଁ ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛି। ଏହା ଟ୍ୱିଟର ସହିତ ସମାନ ହେବ। ଯେଉଁଥିରେ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କର ଚିନ୍ତାଧାରା, ଫଟୋ ଓ ଭିଡିଓ ସେୟାର କରିପାରିବେ।

ଟ୍ରମ୍ପ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ୍ ଓ ଏହାର ‘ଟ୍ରୁଥ୍ ସୋସିଆଲ୍’ ଆପ୍ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ଼ ବୈଷୟିକ କମ୍ପାନିଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବା। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯେଉଁଠି ଟ୍ୱିଟରରେ ସାଧାରଣ ଲୋକଙ୍କ ସମେତ ତାଲିବାନର ମଧ୍ୟ ବହୁତ ଉପସ୍ଥିତି ରହିଛି। ତଥାପି ଆପଣମାନଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତି ଏହା ଦେଖି ଚୁପ୍ ରହିଛନ୍ତି। ଏହା ଗ୍ରହଣୀୟ ନୁହେଁ।

ସୂଚନାଯୋଗ୍ୟ ଟ୍ୱିଟର ଓ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ କରିବା ପରେ ସେ ନିଜର ସୋସିଆଲ ମିଡିଆ ସାଇଟ୍ ଲଞ୍ଚ କରିବା ବିଷୟରେ କହିଛନ୍ତି। କମ୍ପାନି କହିଛି ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବା ଯୋଜନା କରୁଛି ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ନ୍ୟୁଜ୍ ଓ ପୋଡକାଷ୍ଟ ଅନ୍ତର୍ଭୂକ୍ତ ହେବ।

Leave a Reply

Your email address will not be published. Required fields are marked *

Back to top button