କଂଗ୍ରେସ ବିଧାୟକଦଳ ନେତା ବାଛିବେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​କଂଗ୍ରେସକୁ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ମିଳିଛି। ୨୨୪ ବିଧାନସଭା ଆସନରୁ ଏହି ଦଳକୁ ମିଳିଛି ୧୩୫ଟି ଆସନ। ହେଲେ ବିଧାୟକ ଦଳର ନେତା ଚୟନ ହୋଇପାରିନି। ମୁଖ୍ୟମନ୍ତ୍ରୀ ଦୋୖଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ନାମ ଚର୍ଚ୍ଚାରେ ରହିଛି। ସେଥିପାଇଁ ଆଜି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିଧାୟକ ଦଳର ନେତା ଚୟନ କରିବେ।

ରବିବାର ବୈଠକରେ ନିଆଯାଇଥିବା ସଂକଳ୍ପକୁ ନେଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ସୂଚନା ଦେଇଛନ୍ତି। ସେ କହିଲେ କଂଗ୍ରେସ ବିଧାୟକ ଦଳ (ସିଏଲପି) ବୈଠକରେ ଦୁଇଟି ସଂକଳ୍ପ ନିଆଯାଇଛି। ପ୍ରଥମଟିରେ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଦ୍ଵିତୀୟ- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ବିଧାୟକ ଦଳର ନେତା ଚୟନ କରିବେ। ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ସିଦ୍ଧରମେୟା ଓ ଡି.କେ ଶିବକୁମାର ଥିବା କୁହହାଯାଉଛି। ଡିକେ ଶିବକୁମାରଙ୍କ ସମର୍ଥକଙ୍କ ଦାବି ଶିବକୁମାରଙ୍କ ପଛରେ ୭୫ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ତିନିଜଣ ପର୍ଯ୍ୟବେକ୍ଷକ ବିଧାୟକଙ୍କ ମତାମତ ଶୁଣିବା ପରେ ହାଇକମାଣ୍ଡଙ୍କୁ ଜଣାଇବେ। ଆଉ ହାଇକମାଣ୍ଡ ନେବେ ଉପଯୁକ୍ତ ନିଷ୍ପତ୍ତି।

Leave a Reply

Your email address will not be published. Required fields are marked *

Back to top button