୫ଟି ରାଜ୍ୟରେ ସଭାପତି ବଦଳାଇପାରେ ବିଜେପି
ନୂଆଦିଲ୍ଲୀ : ୨୦୨୪ ଲୋକସଭା ଓ ଆଗକୁ କିଛି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିରେ ସଫଳତା ପାଇଁ ବିଜେପି ଲକ୍ଷ୍ୟ ରଖିଛି। ସେଥିପାଇଁ କେତେକ ରାଜ୍ୟରେ ସଭାପତି ବଦଳାଇବାକୁ ରଖିଛି ଯୋଜନା।
ଖବର ଆନୁଯାୟୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରସ୍ତୁତି ନେଇ ଏକ ବୈଠକ ଡାକିଥିଲେ। ଏଥିରେ ହୋଇଥିବା ଆଲୋଚନା ଆନୁଯାୟୀ ୫ଟି ରାଜ୍ୟରେ ରାଜ୍ୟ ସଭାପତି ପରିବର୍ତ୍ତନ କରାଯାଇପାରେ। ଏହି ରାଜ୍ୟଗୁଡିକ ମଧ୍ୟରେ ଗୁଜରାଟ, ତେଲେଙ୍ଗାନା, ପଞ୍ଜାବ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ରହିଛି। କୁହାଯାଉଛି ଜି କିଶାନ ରେଡ୍ଡୀଙ୍କୁ ତେଲେଙ୍ଗାନାର ସଭାପତି, ସୁନୀଲ ଜାଖଡ଼ଙ୍କୁ ପଞ୍ଜାବ, ଅସୱତ ନାରାୟଣ କିମ୍ବା ଶୋଭା କରନ୍ଦଲାଜେଙ୍କୁ କର୍ଣ୍ଣାଟକର ସଭାପତି କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିପାରିବା ଭଳି ବ୍ୟକ୍ତିଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯିବ ବୋଲି କୁହାଯାଉଛି।




























