ଡିଏନ୍ ଗ୍ରୁପ୍ ଫାଙ୍କିଛି ୯୦ କୋଟି ଟଙ୍କା ଟିକସ
ଭୁବନେଶ୍ଵର : ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ୯୦ କୋଟି ଟଙ୍କା ଟିକସ ଫାଙ୍କିଛି। ଜବତ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ ଓ ଦଲିଲ ଆଦିରୁ ଆୟକର ବିଭାଗରୁ ଏହି ସୂଚନା ମିଳିଥିବା ଜଣାପଡିଛି।
ଖବର ଅନୁଯାୟୀ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ୫ ଦିନ ଧରି ଆୟକର ବିଭାଗ ଚଢ଼ଉ ଚାଲିଥିଲା। ଜବତ ହୋଇଥିବା କାଗଜାତ ଯାଞ୍ଚ ପରେ ୨୧୦ କୋଟି କ୍ୟାସ୍ ଆହରଣର ସୁରାକ ମିଳିଛି। ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରିରୁ ସଂଗୃହିତ ୨୧୦ କୋଟି ହୋଟେଲ ଓ ମଲ୍ ଆଦିରେ ବିନିଯୋଗ ହୋଇଛି।