ହୋଟେଲ୍ରେ ଯୁବତୀଙ୍କୁ ପଣବନ୍ଦୀ ରଖିଥିବା ଯୁବକ ଗିରଫ

ଲାସ୍ ଭେଗାସ୍ : ଲାସ୍ ଭେଗାସ୍ ଷ୍ଟ୍ରିପ୍ର ହୋଟେଲ୍ ସିଜର୍ସ ପାଲେସ୍ରେ ଜଣେ ଯୁବତୀଙ୍କୁ ପଣବନ୍ଦୀ ରଖିଥିବା ବ୍ୟକ୍ତିଙ୍କୁ ଗିରଫ। ଏହି ବ୍ୟକ୍ତିଜଣକ ହେଉଛନ୍ତି ବହୁ ଦିନରୁ ଖୋଜାପଡ଼ିଥିବା ମାଥ୍ୟୁ ମ୍ୟାନିକ୍ସ୍ ବୋଲି ପୋଲିସ କହିଛି।
ଖବର ଅନୁଯାୟୀ ମଙ୍ଗଳବାର ସକାଳେ ସେ ହୋଟେଲ୍ର ୨୧ ତାଲାରେ ଏକ କୋଠାରିରେ ଜଣେ ଯୁବତୀଙ୍କୁ ପଣବନ୍ଦୀ ରଖିଥିଲେ। ପ୍ରାୟ ୫ ଘଣ୍ଟା ପରେ ମ୍ୟାନିକ୍ସ୍ଙ୍କୁ ଗିରଫ କରାଯାଇଛି। ଲାସ୍ ଭେଗାସ୍ ପୋଲିସ କ୍ୟାପ୍ଟେନ୍ ଷ୍ଟିଫେନ୍ କନେଲ୍ କହିଛନ୍ତି ହୋଟେଲ୍ ସୁରକ୍ଷା ବିଭାଗ ସୂଚନା ଦେଲା ଜଣେ ଯୁବତୀଙ୍କୁ ଯୁବକଜଣଙ୍କ ବଳପୂର୍ବକ ଗୋଟାଏ କୋଠରିକୁ ନେଇଯିବାରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। କେବଳ ସେତିକି ନୁହେଁ ମ୍ୟାନିକ୍ସ୍ ଝରକା ବାଟେ ଟେଲିଭିଜନ୍, ଆସବାବ୍ପତ୍ର, ଗଦି ଓ ଅନ୍ୟାନ୍ୟ ଜିନିଷ ତଳକୁ ଫିଙ୍ଗିଥିଲେ। ଫଳରେ ସୁଇମିଙ୍ଗ୍ ପୁଲ୍ରେ ଥିବା ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ଉଦ୍ଧାର ହୋଇଥିବା ଯୁବତୀ ଆହତ ହୋଇନଥିବା ପୋଲିସ କହିଛି।