ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭବାନୀପାଟଣା : ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଭିଜଲାନ୍ସ ରେଡ। ବିଭାଗର ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭବାନୀପାଟଣା ସହରର ବାସଭବନ ସମେତ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ ଚାଲିଛି। ଏହାଛଡ଼ା କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଲବାସପୁରରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ ହେଉଥିବା ଜଣାପଡିଛି।