ସେପ୍ଟେମ୍ବର ୧୫ ଯାଏ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ସେପ୍ଟେମ୍ବର ୧୫ ତାରିଖ ରାତି ୧୨ଟା ପରେ ସେ ଆଉ ଇଡି ମୁଖ୍ୟ ରହି ପାରିବେନି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।
ଖବର ଅନୁଯାୟୀ କେନ୍ଦ୍ର ସରକାର ଇଡି ମୁଖ୍ୟ ଭାବେ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳକୁ ୩ଥର ବୃଦ୍ଧିକରି ସାରିଲେଣି। ଏହାକୁ ପୂର୍ବରୁ ସୁପ୍ରିମକୋର୍ଟ ବେଆଇନ କହିଥିଲେ। ଆଜି କେନ୍ଦ୍ର ସରକାର ଅସାମାନ୍ୟ ପରିସ୍ଥିତିର ଦ୍ୱାହି ଦେଇ ମିଶ୍ରା ଇଡି ମୁଖ୍ୟ ଭାବେ କାର୍ଯ୍ୟ କରିବା ଦରକାର ବୋଲି ଯୁକ୍ତି ବାଢ଼ିଥିଲେ। ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଜୁଲାଇ ୩୧ରେ ସରିବାକୁ ଥିଲା। ହେଲେ କେନ୍ଦ୍ରର ଅସାମାନ୍ୟ ପରିସ୍ଥିତି ଯୁକ୍ତି ପରେ ସୁପ୍ରିମକୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।